Odisha Link
Bridging the Missing Links in Odisha

ଆଂଶିକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆଶିଂକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର ନିର୍ଦ୍ଦେଶାବଳୀ। ସ୍କୁଲ ଗୁଡ଼ିକରେ ନବମ ରୁ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀ ଅନୁସାରେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି ବିଦ୍ୟାଳୟରେ ଛାତ୍ର, ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏହି ନିର୍ଦ୍ଦେଶାବଳୀ ମାନିବାକୁ ବାଧ୍ୟ।

କେବଳ କରୋନା ଲକ୍ଷଣ ନଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ସ୍କୁଲଙ୍କୁ ଯିବାକୁ ଅନୁମତି ମିଳିବ। ବିଦ୍ୟାଳୟ ପରିସରରେ ସମସ୍ତଙ୍କ ମଧ୍ୟରେ ଅତି କମରେ ୬ ଫୁଟ୍ ଦୂରତ୍ୱ ରହିବ। ମାସ୍କ ପରିଧାନ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ। ନିୟମିତ ଭାବେ ସାବୁନରେ ୩୦ରୁ ୪୦ ସେକେଣ୍ଡ କିମ୍ବା ଆଲକୋହଲ୍ ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜରରେ ୨୦ ସେକେଣ୍ଡ ପାଇଁ ହାତକୁ ପରିଷ୍କାର କରାଯିବ। କାଶ ଏବଂ ଛିଙ୍କ ସମୟରେ ମୁହଁରେ ରୁମାଲ ଦେବେ ଏବଂ ଟିସୁ୍ୟ ପେପର ଉପଲବ୍ଧ କରାଯିବ।

ବିଦ୍ୟାଳୟ ପରିସରରେ ଛେପ ପକାଇବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। କେହି ଅସୁସ୍ଥ ଅନୁଭବ କଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯିବ। ଭିଡ଼ ହେବା ଭଳି କୌଣସି ପ୍ରକାର କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ। ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବାକୁ କେତେକ ସଂଖ୍ୟକ ପିଲାଙ୍କୁ ଏକକାଳୀନ ସ୍କୁଲକୁ ଡକାଯିବ ତାହା ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଷ୍ଟେଟ ହେଲପଲାଇନ ନମ୍ବର, ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ନମ୍ବର ଏବଂ ଅନ୍ୟାନ୍ୟ ଜରୁରି ନମ୍ବର ଗୁଡ଼ିକ ସମସ୍ତଙ୍କୁ ଅବଗତ କରାଯିବ।

ସ୍କୁଲ କୋଠରୀରେ ଏସି ଗୁଡ଼ିକର ୨୪ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ ରହିବ। ଆର୍ଦ୍ରତା ମଧ୍ୟ ୪୦ରୁ ୭୦% ରହିବ। କୋଠରୀଗୁଡ଼ିକରେ ବାୟୁ ଚଳାଚଳ ଯଥେଷ୍ଟ ହେଉଥିବା ଆବଶ୍ୟକ। ପିଲାମାନେ ଲକର ବ୍ୟବହାର କରିପାରିବେ କିନ୍ତୁ ସାମାଜିକ ଦୂରତ୍ୱ ରହିବା ଉଚିତ ଏବଂ ସେଗୁଡ଼ିକ ସାନିଟାଇଜ କରାଯିବା ଆବଶ୍ୟକ।

Comments are closed.