Odisha Link
Bridging the Missing Links in Odisha

କଙ୍ଗନା ଡ୍ରଗ୍ସ ଲିଙ୍କ୍‌ ନେଇ ମୁମ୍ବାଇ ପୁଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନାଙ୍କ ମଧ୍ୟରେ ଏବେ ବି ବିବାଦ ଜାରି ରହିଛି। କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍‌ ନେଇ ମୁମ୍ବାଇ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ଭାର ମୁମ୍ବାଇ ପୁଲିସକୁ ଦେଇଛନ୍ତି। ତେବେ ଏହି ମାମଲାର ତଦନ୍ତ ଏସଆଇଟି କି ଆଣ୍ଟି ନାର୍କୋଟିକ୍ସ ସେଲ୍ କରିବ, ସେନେଇ ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ।

ମନ୍ତ୍ରୀ ଅନିଲ ଦେଶମୁଖ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲା ଉଠାଇଥିଲେ। ସେ କଙ୍ଗନାଙ୍କ ପୂର୍ବତନ ବ​ଏଫ୍ରେଣ୍ଡ ଓ ଅଭିନେତା ଅଧ୍ୟୟନ ସୁମନଙ୍କ ଗୋଟିଏ ପୁରୁଣା ସାକ୍ଷାତକାରକୁ ଆଧାର କରି ଏହି ପ୍ରସଙ୍ଗ ଉଠାଇଛନ୍ତି। ସେହି ସାକ୍ଷାତକାରରେ ଅଧ୍ୟୟନ ସୁମନ କଙ୍ଗନା ଡ୍ରଗ୍ସ ନେଉଥିବା ଦାବି କରିଥିଲେ।ସାକ୍ଷାତକାରରେ ଅଧ୍ୟୟନ ସୁମନ ଦାବି କରିଥିଲେ ଯେ, କଙ୍ଗନା କୋକେନ ନେବା ସହ ତାଙ୍କୁ ମଧ୍ୟ ଜୋରଜବରଦସ୍ତ ଡ୍ରଗ୍ସ ଦେଇଥିଲେ।

ମହାରାଷ୍ଟ୍ର ସରକାରଙ୍କ ଏଭଳି ଦାବି ଉପରେ କଙ୍ଗନା ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଦୟାକରି ମୋର ଡ୍ରଗ୍ସ ପରୀକ୍ଷା କରନ୍ତୁ, ମୋର କଲ୍ ରେକର୍ଡ ଯାଞ୍ଚ କରନ୍ତୁ। ଯଦି ଆପଣ ଡ୍ରଗ୍ ବେପାରୀଙ୍କ ସହ ମୋର ସଂପର୍କ ଥିବା ଜାଣିବାକୁ ପାଆନ୍ତି, ତେବେ ମୁଁ ମୋର ଭୁଲ୍ ଗ୍ରହଣ କରିବି ଏବଂ ମୁମ୍ବାଇକୁ ସବୁଦିନ ପାଇଁ ଛାଡିଦେବି।

Comments are closed.