Odisha Link
Bridging the Missing Links in Odisha

କରୋନା କବଳରେ ସାରା ବିଶ୍ବ : ମୃତ୍ୟୁହାର ୯ ଲକ୍ଷ ୩୨ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭୂତାଣୁ କବଳରେ ସାରା ବିଶ୍ୱ । ମୋଟ ୨୧୩ ଦେଶକୁ ବ୍ୟାପିଛି ମହାମାରି କରୋନା। ବର୍ତ୍ତମାନ କୋଭିଡ୍‌ ମୃତ୍ୟୁହାର ୯ ଲକ୍ଷ ୩୨ ହଜାରକୁ ବୃଦ୍ଧି ପାଇଛି ।

ଏଥିସହିତ ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ୩୩ ହଜାର ୪୪୭କୁ ପହଞ୍ଚିଛି ଓ ୨କୋଟି ୧୨ ଲକ୍ଷ ୬୪ ହଜାର ୯୮୧ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାରର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।

ୱାଲ୍ଡୋ ମିଟର ଅନୁସାରେ ଯାଏଁ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୨୬ ହଜାର ୯୧୪ ରହିଛି । ସେଥି ମଧ୍ୟରୁ ୩୮ ଲକ୍ଷ ୫୬ ହଜାର ୨୪୬ ଜଣ ସୁସ୍ଥ ହୋଇଛନ୍ତି । ଏହାର ହାର ରହିଛି ୭୮ ପ୍ରତିଶତ ।

Comments are closed.