ସ୍କୁଟିକୁ ଧକ୍କା ଦେଲା ବାଇକ୍ : ୧ ମୃତ, ୩ ଗୁରୁତର

ଗଞ୍ଜାମ: ସ୍କୁଟିକୁ ଧକ୍କା ଦେଲା ବାଇକ୍। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ନିକଟରେ। ଫଳରେ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ଗୋପାଳପୁର ଥାନା ଅଞ୍ଚଳର ବୋଲି ଖବର ମିଳିଛି। ସେହିପରି ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାାରେ, ହିଞ୍ଜିଳି ଥାନା ସାରୁଆ ଛକ ନିକଟରେ ସ୍କୁଟି ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କୁ ପ୍ରଥମେ ହିଞ୍ଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାର ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରହିଛି ।
Comments are closed.