Odisha Link
Bridging the Missing Links in Odisha

ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହା। ଆଡମିଶନ୍ ହେବାର ଚାରି ଦିନ ପରେ ଆଜି ହସ୍ପିଟାଲ୍‌ରୁ‌ ଡିସ୍‌ ଚାର୍ଜ ହେଇଛନ୍ତି ଶାହା। କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍‌ସରେ ଆଡମିଶନ ହୋଇ ଥିଲେ ଶାହା। ଅମିତ ଶାହା ସୋମବାର ଠାରୁ ସଂସଦ ଅଧୀବେଶନରେ ଯୋଗଦେବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କରୋନା ପରୀକ୍ଷା ପରେ ଅମିତ ଶାହାଙ୍କୁ ମେଡାଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅମିତ ଶାହା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଅଗଷ୍ଟ ୧୪ ରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ପୁଣି ‘ପୋଷ୍ଟ-କୋଭିଡ୍ କେୟାର’ ପାଇଁ ଅଗଷ୍ଟ ୧୭ ରେ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା ଏବଂ ଅଗଷ୍ଟ ୩୦ ରେ ତାଙ୍କୁ ମୁକ୍ତ କରାଯାଇଥିଲା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶାହଙ୍କୁ ପୁନର୍ବାର ସେପ୍ଟେମ୍ବର ୧୨ ରେ ଦିଲ୍ଲୀ ଏମ୍‌ସ ରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଡିସଚାର୍ଜ କରାଯାଇଛି।

Comments are closed.