Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ସମୟରେ ଘରେ ଘରେ ବଢ଼ିଛି ବାୟୁ ପ୍ରଦୂଷଣ, ପାଲଟିଛି ଚିନ୍ତାର କାରଣ

ନୂଆଦିଲ୍ଲୀ: ମହମାରୀ କରେନାରେ ସାରା ବିଶ୍ବ ହନ୍ତସନ୍ତ। ମହାମାରୀ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ଦେଶ ଲକ୍‌ଡାଉନ୍‌ କଟକଣା ଲାଗୁ କରିଥିଲେ। ଯାହା ଫଳରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଦେଖିବାକୁ ପଡ଼ିଥିଲା। କରୋନା କାଳରେ ସକରାତ୍ମକ ଦୃଶ୍ୟ ସାରା ଦୁନିଆ ଦେଖିଛି। କରୋନା କାଳରେ ଗାଡ଼ି ଦୁର୍ଘଟଣା କମିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏଥିସହିତ ଫ୍ୟାକ୍ଟ୍ରି ବନ୍ଦ ରହିଥିଲା ଯାହା ଫଳରେ ବାୟୁମଣ୍ଡଳ ସ୍ବଚ୍ଛ‌ ରହିବା ସହ ଗୁଣବତ୍ତାରେ ସୁଧାର ଆସିଥିଲା। ବାୟୁମଣ୍ଡଳ ଏତେ ସଫା ଥିଲା ଯେ ଦୂରରୁ ମଧ୍ୟ ପାହାଡ଼ ପରିଷ୍କାର ଦେଖାଯାଉଥିଲା।

ବହୁ ଲୋକଙ୍କ ଧାରଣା ଥାଏ ଯେ, ଘରେ ରହି ବାୟୁ ପ୍ରଦୂଷଣରୁ ମୁକ୍ତି ମିଳି ପାରିବ। ହେଲେ ବାସ୍ତବିକତା ଆଉ କିଛି। ଯଦି ଆପଣ ମାନେ ବାହାର ଦୁନିଆ ଅପେକ୍ଷା ଘରେ କମ୍‌ ବାୟୁ ପ୍ରଦୂଷଣ ହୁଏ ଭାବୁଛନ୍ତି ତେବେ ତାହା ଆପଣଙ୍କର ଭୁଲ ଧାରଣା। ଆମେରିକା ପର୍ଯ୍ୟାବରଣ ସଂରକ୍ଷଣ ଏଜେନ୍ସି ରିପୋର୍ଟ ମୁତାବିକ ଏବେ ବାହାର ଦୁନିଆ ଅପେକ୍ଷା ଘରେ ବାୟୁ ପ୍ରଦୂଷଣର ମାତ୍ରା ୨ ରୁ ୫ ପ୍ରତିଶତ ବୃଦ୍ଧି ପାଇଛି।

ବାୟୁର ଗୁଣବତ୍ତା ଯାଞ୍ଚ କରୁଥିବା ନାବେ ଏଜେନ୍ସି ଏୟାରଥିଙ୍ଗସ ଆମେରିକା ଓ ୟୁରୋପରେ ଏକ ହଜାରରୁ ଅଧିକା ବ୍ୟବହାରକାରୀଙ୍କ ଡାଟାକୁ ବିଶ୍ଲେଷଣ କରିଛି। ଏହାପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌ ସମୟରେ ଘରେ ମଧ୍ୟ କାର୍ବନ ଡାଇଅକ୍ସାଇଡ୍‌ ଓ ବାୟୁରେ ଧୁଳିକଣା ସ୍ତର ୧୫ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ଏୟାର ପ୍ୟୁରିଫାୟର ନିର୍ମାଣକାରୀ ସଂସ୍ଥା ଡାୟସନ୍‌ ୧୧ଟି ବଡ଼ ସହରର ବାୟୁମଣ୍ଡଳର ଗୁଣବତ୍ତାର ସର୍ଭେ କରିଥିଲା। ଏଥିରୁ ମଧ୍ୟ ଜଣାପଡ଼ିଛି ଯେ, ଲୋକଙ୍କ ଘରେ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଏବଂ ବାଷ୍ପଶୀଳ କାର୍ବନିକ ଯୌଗିକ ସ୍ତର ବହୁତ ମାତ୍ରାରେ ବୃଦ୍ଧି ପାଇଛି। ଘରେ ଅତ୍ୟଧିକ ମାତ୍ରାରେ ସଫା ସୁତୁରା, ରୋଷଇ କରିବା ଫଳରେ ଏହାର ମାତ୍ରା ବୃଦ୍ଧି ପାଇଛି।

ବୈଜ୍ଞାନିକ ମାନଙ୍କ ମତ ଏହା ଯେ, ଯଦି ଏଭଳି ସ୍ତରରେ ବୃଦ୍ଧି ହୁଏ ତେବେ ଏହାଦ୍ବାରା ଜୀବନ ଚାଲିଯାଏ ପାରେ। ଏହି ତଥ୍ୟକୁ ନେଇ ୟାର୍କ ବିଶ୍ବବିଦ୍ୟାଳୟର ଇନଡୋର ଏୟାର କେମିଷ୍ଟ୍ରୀ ପ୍ରଫେସର ନିକୋଳା କାର୍ସଲା କହିଛନ୍ତି ଯେ, ବହୁ ଲୋକ ୯୦ ପ୍ରତିଶତ ସମୟ ଘରେ ଏବଂ ୧୦ ପ୍ରତିଶତ ସମୟ ବାହାର ରହିଥାଆନ୍ତି। ସୂଚନାଯୋଗ୍ୟ, ଘରେ ଏବଂ ବାହାରେ ହେଉଥିବା ବାୟୁ ପ୍ରଦୂଷଣ ବହୁତ ଘାତକ ସାବ୍ୟସ୍ତ ହୋଇଥାଏ। ହେଲେ ଘରେ ରହିଲେ ବେଶି ବାୟୁୂ ପ୍ରଦୂଷଣର ସାମ୍ନାକୁ କରିବାକୁ ପଡ଼ିଥାଏ।

ବିଶ୍ବ ସ୍ବାସ୍ଥ୍ୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ବାର୍ଷିକ ୩୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘରୋଇ ବାୟୁ ପ୍ରଦୂଷଣ ପାଇଁ ହୋଇଥାଏ। ଘରେ ସୃଷ୍ଟି ବାୟୁ ପ୍ରଦୂଷଣ ଦ୍ବାରା ଆସ୍ଥମା, ନିମୋନିଆ ଆଦି ରୋଗ ହୋଇଥାଏ। ରିପୋର୍ଟ ମୁତାବିକ ବିଶ୍ବରେ ଏବେ ୩୦ କୋଟି ଲୋକ କାଠ, କୋଇଲା, ଘସି ଆଦି ଜାଳେଣି ହିସାବରେ ବ୍ୟବହାର କରିଥାଆନ୍ତି। ଯାହାଫଳରେ ଘରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.