Odisha Link
Bridging the Missing Links in Odisha

ନୋବେଲ୍‌ ଶାନ୍ତି ପୁରସ୍କାର ୨୦୨୧ ପାଇଁ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନାମ ସୁପାରିଶ୍‌‌

ନୂଆଦିଲ୍ଲୀ : ନୋବେଲ୍‌ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନାମ ସୁପାରିଶ୍‌‌ ହୋଇଛି। ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ୟୁଏଇ ଓ ବାହରିନ ମଧ୍ୟରେ ଲ୍ୟାଣ୍ଡମାର୍କ ସାମାନ୍ୟକରଣ ବୁଝାମଣା ପାଇଁ ନେତାନ୍ୟାହୁଙ୍କୁ ନୋମିନେଟ୍‌ କରାଯାଇଥିବା ଜଣାପଡ଼ିଛି। ଇଟାଲି ସଂସଦର ଆଣ୍ଟି-ମାଇଗ୍ରାଣ୍ଟ ଲିଗ୍‌ ପାର୍ଟିର ସଦସ୍ୟ ପାଓଲୋ ଗ୍ରିମ୍‌ଓଲ୍ଡି ନେତାନ୍ୟାହୁଙ୍କ ନାଁ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ସୁପାରିଶ୍‌ ‌କରିଛନ୍ତି।

ଏକ ଟ୍ବିଟ୍ ଜରିଆରେ ଗ୍ରିମ୍‌ଓଲ୍ଡି ଆଶା ପ୍ରକଟ କରିଛନ୍ତି ଯେ, ନେତାନ୍ୟାହୁଙ୍କ ସମେତ ଟ୍ରମ୍ପ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରାପ୍ତ କରିବେ । ୨୦୨୧ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପୂର୍ବ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସୁପାରିଶ୍‌ କରିଥିଲେ ଜଣେ ନର୍‌ଓ୍ବେ ସାଂସଦ ।

Comments are closed.