ରାସ୍ତାରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୁଳ: ରାସ୍ତା ଉପରେ ପଡ଼ିଛି ଶୁଶୁର କଟାମୁଣ୍ଡ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକ ନିକଟରେ। ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ।
ପ୍ରକାଶ ଯେ, ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ। ହେଲେ ଶିଶୁଟିର ଶରୀର ଆଖପାଖରେ କେଉଁଠି ଦେଖିବାକୁ ମିଳି ନ ଥିଲା। ଏନେଇ ସ୍ଥାନୀୟ ଲୋକେ ଅନୁଗୁଳ ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚି ନ ଥିବା ଜଣାଯାଇଛି।