Odisha Link
Bridging the Missing Links in Odisha

ଦେବୀ ଦୁର୍ଗାଙ୍କୁ ନେଇ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ, ଥାନାରେ ମାମଲା ରୁଜୁ

କଟକ: କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି। ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି।

https://twitter.com/dcp_cuttack/status/1307384087938695169?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1307384087938695169%7Ctwgr%5Eshare_3&ref_url=http%3A%2F%2Fnandighoshatv.com%2Fsocial-media-witnesses-controversial-post-related-to-debi-durga-police-registered-fir%2F

ଫେସ୍‌ବୁକ୍‌ରେ ଧାର୍ମିକ ଭାବନାକୁ ଆଘାତ ଦେଇ ଦୁର୍ଗାପୂଜାକୁ ନେଇ ପୋଷ୍ଟ କରିଥିବାରୁ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ପୋଷ୍ଟକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଟ୍ୱିଟ୍ କରି କହିଛନ୍ତି। ଏଥିସହ ଲାଇକ୍ ଓ ସେୟାର କରିଥିବା ଲୋକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି। ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି।

Comments are closed.