Odisha Link
Bridging the Missing Links in Odisha

୨୦ କେଜି ବାରହା ମାଂସ ସହ ବାଘ ମୁଣ୍ଡ ଓ ଛାଲ ଜବତ

ନୂଆପଡା: ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି। ଗତକାଲି ୨୦ କେଜି ବାରହା ମାଂସ ସହ ବାଘ ଛାଲ ଜବତ କରିଛି ନୂଆପଡା ବନ ବିଭାଗ। ଏହି ମାମଲାରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମସ୍ତ ଅଭିଯୁକ୍ତ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ବୋଲି ଏସିଏଫ ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ବିଭିନ୍ନ ଅସ୍ତ୍ରସସ୍ତ୍ର ମଧ୍ୟ ଜବତ କରାଯାଇଛି।

ବନ୍ୟପ୍ରାଣୀ ଶିକାର ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଙ୍କ ସହ ନୂଆପଡା ଓ ଖରିଆର ରୋଡ ରେଞ୍ଜର କର୍ମଚାରୀମାନେ ଧରମବନ୍ଧା ଥାନା ଟିପାଝର ଗାଁର ଜଣକ ଘରେ ରାତି ଅଧିଆ ଚଢାଉ କରିଥିଲେ। ଯେଉଁଠି ଗୋଟିଏ ତାଜା ବାଘ ଛାଲ, ୨୦ କେଜି ବାରହା ମାଂସ,ବାଘ ମୁଣ୍ଡ, ସାଇ କଣ୍ଟା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ପୁଲିସ୍ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.