ଖୁବ ଶୀଘ୍ର ଟିଭି ପରଦାକୁ ଆସିବ ରିଆଲିଟି ଶୋ ବିଗ୍ ବସ୍୧୪

ମୁମ୍ବାଇ: କରୋନାର ଭାଇରସ କାରଣରୁ ମନୋରଞ୍ଜନ ଦୁନିଆର ସମସ୍ତ କାର୍ଯ୍ୟ ଠପ ହୋଇ ଯାଇଥିଲା । କିନ୍ତୁ ଏବେ ଚଳଚଞ୍ଚଳ ହୋଇଉଠିଲାଣି ମନୋରଞ୍ଜନ ଦୁନିଆ ।ପୁରୁଣା ଧାରାବାହିକ ସହ ନୂଆ ଧାରାବାହିକ ମଧ୍ୟ ପ୍ରସାରଣକୁ ଅଣ୍ଟା ଭିଡିଲେଣି ସାରିଲେଣି।
ତେବେ ଖୁବ ଶୀଘ୍ର ଟେଲି ଜଗତର ଲୋକ ପ୍ରିୟ ରିଆଲିଟି ଶୋ ବିଗ୍ ବସ୍୧୪ ପ୍ରସାରଣ ହେବାକୁ ଯାଉଛି । ଏହାର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୩ରେ ହେବା ସହ ସମସ୍ତ ପ୍ରତିଯୋଗୀ ଅକ୍ଟୋବର ୧ରୁ ବିଗ୍ବସ୍ ଘରେ ପ୍ରବେଶ କରିବେ ବୋଲି କୁହାଯାଉଛି। ପ୍ରିମିୟର ଏପିସୋଡ୍ ଏଥର ତିନିଦିନ ଧରି ଶୁଟିଂ କରାଯିବ।
ଏହି ସିଜନ୍ ପାଇଁ ସଲମାନ ୨୫୦ କୋଟି ଟଙ୍କା ନେଉଛନ୍ତି। ଏଥର ପ୍ରତି ସପ୍ତାହରେ ପ୍ରତିଯୋଗୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏପରି କୌଣସି କାର୍ଯ୍ୟକ୍ରମ ରଖାଯିବ ନାହିଁ ଯେଉଁଥିରେ ସେମାନେ ପରସ୍ପର ନିକଟକୁ ଆସିବେ। ସେମାନଙ୍କ ପାଇଁ ଅଲଗାଅଲଗା ବାସନ, ବିଛଣାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏବେ କଲର୍ସ ଚ୍ୟାନେଲ ପକ୍ଷରୁ ଏହାର ତିନୋଟି ପ୍ରମୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ୍ ଏବଂ ଗୌହର ଖାନ୍ ଆସିଛନ୍ତି।
ପ୍ରମୋରେ ସିଦ୍ଧାର୍ଥ କିପରି ସର୍ବାଧିକ ଟିଆରପି ଶୋ ‘ବିଗ୍ ବସ୍ 13’ ଜିତିଛନ୍ତି ସେ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ସେ ଲକଡାଉନ୍ 2020 ବିଷୟରେ ମଧ୍ୟ କହିଥିଲେ ।
ସେହିଭଳି ହିନା ଖାନ ଏବଂ ଗୌହର ଖାନଙ୍କ ପ୍ରୋମୋ ଭିଡିଓ ମଧ୍ୟ ଉନ୍ମୋଚିତ ହୋଇଥିଲା। ‘ବିଗ୍ ବସ୍ 13’ ପ୍ରତିଯୋଗୀମାନଙ୍କ ପରିଚୟ ଏବଂ ସେମାନଙ୍କ ସହିତ ରହିବାରେ ଉଭୟ ପ୍ରତିଯୋଗୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।