Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୪୧୮୯ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୭, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, ଭଦ୍ରକରୁ ୩୪, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୭୭, କଟକରୁ ୫୮୬, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୫୪, ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୧୮୭, ଝାରସୁଗୁଡ଼ାରୁ ୧୮୪, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୭୪, କେନ୍ଦ୍ରାପଡ଼ାରୁ ୧୨୬, କେନ୍ଦୁଝରରୁ ୩୩, ଖୋର୍ଦ୍ଧାରୁ ୭୧୨, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡରୁ ୮୨, ନୂଆପଡ଼ାରୁ ୫୮, ପୁରୀରୁ ୨୬୫, ରାୟଗଡ଼ାରୁ ୨୯ଜଣ, ସମ୍ବଲପୁରରୁ ୧୧୩, ସୋନପୁରରୁ ୯୦, ସୁନ୍ଦରଗଡ଼ରୁ ୨୦୧ ଏବଂ ଷ୍ଟେଟ୍‌ ପୋଲ୍‌ ୨୪୩ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୮୩୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୮୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୯୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୬୦୪୧୦ଟି ସାମ୍ପୁଲ ଟେଷ୍ଟ୍ କରାଯାଇଛି।

Comments are closed.