Odisha Link
Bridging the Missing Links in Odisha

ଲାଞ୍ଜିଗଡ଼ ବିଡିଓଙ୍କୁ କରୋନା

ଲାଞ୍ଜିଗଡ଼: କରୋନା ସଂକ୍ରମଣରେ ଆକ୍ରାନ୍ତ ହେଲେ ଲାଞ୍ଜିଗଡ ବିଡିଓ। ଦିନରାତି ଲୋକଙ୍କ ସେବାରେ ମଜ୍ଜିରହି କରୋନା ଆକ୍ରାନ୍ତ ହେବାପରେ ତାଙ୍କ ପାଖକୁ ସାରା ବ୍ଲକ ଅଞ୍ଚଳର ଲୋକଙ୍କଠାରୁ ସମବେଦନାର ସୁଅ ଛୁଟୁଛି। ଶହଶହ ଲୋକେ ତାଙ୍କ ଆରୋଗ୍ୟ କାମନା କରିବା ସହିତ କରୋନାକୁ ହରାଇ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସମଦୁଃଖୀ ହୋଇଛନ୍ତି।

ତେବେ ପୂର୍ବରୁ ବ୍ଲକର ଜିପିଇଓ ମଧ୍ୟ କରୋନାକୁ ହରାଇ କାର୍ୟ୍ୟରେ ଯୋଗ ଦେଇଥିବାବେଳେ ବିଡିଓ ମଧ୍ୟ ଖୁବ୍‍ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଲୋକେ ଆଶା କରିଛନ୍ତି। ବର୍ତ୍ତମାନ ସେ କ୍ୱାଟରରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଲଗାତାର ସୁଧାର ହେଉଥିବା ଜଣାପଡିଛି।

ଅନ୍ୟପଟେ କୋକସରା, ଜୁନାଗଡ଼ ପରେ ଲାଞ୍ଜିଗଡ଼ ବ୍ଲକର ପ୍ରଶାସନିକ ଅଧିକାରୀ ଆକ୍ରାନ୍ତ ହେବାପରେ ଏବେ ସାଧାରଣ ଲୋକେ ଆହୁରି ସତର୍କ ହୋଇଯାଇଛନ୍ତି। ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସତ କିନ୍ତୁ ସେଇ ଅନୁପାତରେ ସୁସ୍ଥ ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବଢିଚାଲିଛି।

Comments are closed.