Odisha Link
Bridging the Missing Links in Odisha

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ଆରମ୍ଭ ହେଲା ୫ ବର୍ଷିଆ ଇଣ୍ଟିଗ୍ରେଟଡ୍ ଆଇନ ପାଠ୍ୟକ୍ରମ

ଖୋର୍ଦ୍ଧା: ଚଳିତ ବର୍ଷଠାରୁ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ୫ ବର୍ଷିଆ ବିଏ,ଏଲଏଲବି ପାଠ୍ୟକ୍ରମ ଖୋଲିଯାଇଅଛି। ଏନେଇ ଚଳିତ ବର୍ଷ ୯୦ଟି ସିଟିରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ସରକାରଙ୍କ ଅନୁମତି ମିଳିଛି। ଏହି ମହାବିଦ୍ୟାଳରେ ୬୦ଟି ସିଟ୍ ବିଶିଷ୍ଟ ତିନିବର୍ଷିଆ ଆଇନ ଡିଗ୍ରୀ ପାଠ୍ୟକ୍ରମ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସଂପନ୍ନ କମିଟି ୩୧.୫.୨୦୧୬ରେ ଅନୁମତି ପ୍ରଦାନ କରିଛି। ଏହି କଲେଜ ୧.୬.୨୦୧୬ରୁ ଶିକ୍ଷା ପ୍ରଦାନ ଆରମ୍ଭ କରିଛି। ଏହି ମ‌ହାବିଦ୍ୟାଳୟର ଶିକ୍ଷା ଦାନ ପ୍ରଣାଳି ଖୁବ୍ ନିଆରା । ଏହି ବିଦ୍ୟାଳୟରେ ନୟାଗଡ଼, ଫୁଲବାଣୀ, ବ୍ରହ୍ମପୁର, ବୈ।ଦ୍ଧ, ନରସିଂହପୁର ତଥା ଅନେକ ଅଞ୍ଚଳର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ଏହି କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ବିଏ,ଏଲଏଲବି ପାଠ୍ୟକ୍ରମ ପ୍ରଦାନ କରାଯିବ। ୨୦୧୯-୨୦ ଶିକ୍ଷା ବର୍ଷରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଦୃଷ୍ଟିରୁ ତିନି ବର୍ଷିଆ ବିଏଲଏଲବି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ଲାଗି ଆବେଦନ ଫର୍ମ ଦାଖଲ ସମୟସୀମା ଆସନ୍ତା ୧୫ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

Comments are closed.