Odisha Link
Bridging the Missing Links in Odisha

ଡ୍ରଗ୍ସ ଲିଙ୍କ୍‌ ନେଇ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ଏମିତି କହିଲେ କଙ୍ଗନା…

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଜଣଙ୍କ ପରେ ଜଣଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ ତଦନ୍ତ କରୁଛି ଏନ୍‌ସିବି। ଡ୍ରଗ୍ସ ଲିଙ୍କ୍‌ ନେଇ ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଏଥିରେ ଯୋଡ଼ି ହୋଇ ଯାଇଛି।

ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ଏହି ମାମଲାରେ କଙ୍ଗନା ରଣାୱତ ଟ୍ୱିଟ କରି କହିଛନ୍ତି, “ମୋ ପରେ ପୁନରାବୃତ୍ତି କର, ଡିପ୍ରେସନ୍ ଡ୍ରଗ୍ସର ଦୁରୁପଯୋଗର ପରିଣାମ। ଯେଉଁ ହାଇ ସୋସାଇଟିରେ ଧନୀ ଘର ପିଲା ଶ୍ରେଷ୍ଠ ବୋଲି ଦାବି କରାଯାଇଛି, ଯେଉଁମାନଙ୍କର ଭଲ ପ୍ରତିପୋଷଣ ହୋଇଥାଏ। ସେମାନେ ନିଜ ମ୍ୟାନେଜରକୁ ପଚାରିଥାନ୍ତି- ମାଲ୍ ଅଛି କି ?”

ସୂଚନାଯୋଗ୍ୟ, ଜୟା ସାହାଙ୍କ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନସିବି ହ୍ୱାଟ୍ସଆପ ଚାଟ୍ ସଂଗ୍ରହ କରିଛି ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି।