Odisha Link
Bridging the Missing Links in Odisha

କରୋନା କାଳରେ ଲୋକସଭାରେ ନୂଆ ରେକର୍ଡ

ନୂଆଦିଲ୍ଲୀ: କରୋନା କାଳରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ। ରବିବାର ଦିନ ସଂସଦର ଉଭୟ ଗୃହରେ ନୂଆ କିର୍ତ୍ତୀମାନ ମଧ୍ୟ ଦେଖିବାକୁ ମିଳିଥିଲା। କୃଷି ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା ତ ଅନ୍ୟପଟେ ଲୋକ ସଭାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ୬ ଘଣ୍ଟା ଗୃହକାର୍ଯ୍ୟ ଚାଲିଥିଲା। ମହାମାରୀ କରୋନାକୁ ନେଇ ଅଧିକ ସମୟ ଚର୍ଚ୍ଚା ହେବା ପରେ ସଦନରେ ୪ଟି ବିଲ ଉପରେ ସହମତି ପ୍ରକାଶ ପାଇଛି।

ରାଜ୍ୟସଭାରେ ହଟ୍ଟଗୋଳ କାରଣରୁ ପ୍ରଥମଥର ପାଇଁ ଲୋକସଭାର କାର୍ଯ୍ୟକାଳରେ ବିଳମ୍ବ ହୋଇଥିଲା। ରବିବାର ଦିନ ଲୋକସଭା କାର୍ଯ୍ୟକାଳ ଅପରାହ୍ନ ୩ଟା ପରିବର୍ତ୍ତେ ୪ଟାରୁ ଆରମ୍ଭ ହେଲା ଏବଂ ରାତି ୧୨ ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ସୂଚନାଥାଉକି, ଲୋକସଭା କାର୍ଯ୍ୟକାଳରର ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୭ଟା ୩୦ ଯାଏଁ ଥିଲା। ଗୃହରେ ରାତି ପାଖାପାଖୀ ୧୨ଟା ପର୍ଯ୍ୟନ୍ତ ମହାମାରୀ କରୋନା ଭାଇରସ୍‌ ଉପରେ ଆଲୋଚନା ହୋଇଥିଲା। ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମହାମାରୀ କରୋନା ଉପରେ ବକ୍ତବ୍ୟ ରଖିଥିଲେ। ଏହାପରେ ୪୦ ମିନିଟରେ ୪ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରାଯାଇଥିଲା। ରାଜ୍ୟସଭାରେ ହଟ୍ଟଗୋଳ କାରଣରୁ ୧ ଘଣ୍ଟା ବିଳମ୍ବରେ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସତେବେଳେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲୁ ରଖିବାକୁ ଆଶ୍ବସନା ଦେଇଥିଲେ।

ଚଳିିତ ମୌସୁମୀ ଅଧିବେଶନରେ ଲୋକସଭାର ନିର୍ଦ୍ଧାରିତ ସମୟରୁୁ ଅଧିକ କାର୍ଯ୍ୟ ହେଉଛି। ଯାହା ଏବେ ରେକର୍ଡ ହୋଇଛି। ହଟ୍ଟଗୋଳ ସମେତ ଅନ୍ୟ କାରଣରୁ ନଷ୍ଟ ହେଉଥିବା ସମୟରୁ ଅଧିକ ସମୟ କାର୍ଯ୍ୟକରି ସୁଧାର ଅଣାଯାଉଛି।

Comments are closed.