Odisha Link
Bridging the Missing Links in Odisha

ରାଜ୍ୟସଭା ଅଧିବେଶନକୁ ବିରୋଧୀଙ୍କ ବୟକଟ୍

ନୂଆଦିଲ୍ଲୀ: ରାଜ୍ୟସଭା ଅଧିବେଶନକୁ କଂଗ୍ରେସ ସାଂସଦଙ୍କ ବୟକଟ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍। ବୟକଟ୍‌ ନେଇ ସରକାରଙ୍କ ପାଖରେ ୩ଟି ପ୍ରସ୍ତାବ ରଖିଲେ ଗୁଲାମନବୀ ଆଜାଦ୍। କଂଗ୍ରେସ ପ୍ରଥମେ ଏଏପି, ଟିଏମସି ଏବଂ ବାମପନ୍ଥୀ ଦଳର ସଦସ୍ୟଙ୍କ ସହ ଗୃହ ତ୍ୟାଗ କରିଥିଲେ। ଏନସିପି, ଏସପି, ଶିବସେନା ଏବଂ ଆରଜେଡି ଭଳି କିଛି ଦଳ ମଧ୍ୟ ପରେ ଗୃହ ତ୍ୟାଗ କରିଛନ୍ତି।

ଆଠ ଜଣ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧୀମାନେ ଗୃହର ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ଜିରୋ ଘଣ୍ଟା ପରେ ଭାଷଣ ଦେଇ ଆଜାଦ ଦାବି କରିଛନ୍ତି ଯେ, ସରକାର ଏକ ବିଲ୍ ଆଣନ୍ତୁ ଯାହା ନିଶ୍ଚିତ କରାଇବ ଯେ ଘରୋଇ ବ୍ୟବସାୟୀ ମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ବିକ୍ରୟ ମୂଲ୍ୟ ଠାରୁ କମ୍ ଦରରେ ଖାଦ୍ୟ ଶସ୍ୟ କ୍ରୟ କରିପାରିବେ ନାହିଁ। ଏଥିସହ ସ୍ବାମୀନାଥନ କମିଶନ୍‌ଙ୍କ ରିପୋର୍ଟ ଆଧାରରେ ସର୍ବନିମ୍ନ ବିକ୍ରୟ ମୂଲ୍ୟ ଏ ସ୍ଥିର କରାଯାଉ। ଏଫ୍‌ସିଆଇ ପରି ସଂସ୍ଥା ସର୍ବନିମ୍ନ ବିକ୍ରୟ ମୂଲ୍ୟ ଠାରୁ କମ୍‌ ଦରରେ ଶସ୍ୟ ନ କିଣିବାର ଗ୍ୟାରେଣ୍ଟି ଦାବି କରିଛନ୍ତି।

ଅସାମ୍ବିଧାନିକ ଆଚରଣ” କାରଣରୁ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଆଠ ବିରୋଧୀ ସାଂସଦ ରାତା ସାରା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ସରକାର ଗଣତନ୍ତ୍ରର ସ୍ୱର ଚାପିବାକୁ ଉଦ୍ୟମ କରିଛନ୍ତି, କୃଷକଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ। ସଂସଦରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ପୋଷ୍ଟର ସହିତ ସଂସଦ ବାହାରେ ଧାରଣା ଜାରି ରଖିଛନ୍ତି ଆଠ ନିଲମ୍ୱିତ ସାଂସଦ।

Comments are closed.