Odisha Link
Bridging the Missing Links in Odisha

+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ବଢ଼ିବାରେ ଲାଗିଛି। କରୋନାର କାଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ବିଶେଷ ପ୍ରଭାବ ପଡ଼ିଛି। କରୋନା କଟକଣା ମଧ୍ୟରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ପିଲାଙ୍କ ପାଠପଢ଼ା ଏବଂ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ସମୟସୀମା ବୃୃଦ୍ଧି କରାଯାଇଛି।

ସେପ୍ଟେମ୍ବର ୨୬ ପରିବର୍ତ୍ତେ ସେପ୍ଟେମ୍ବର ୩୦ ତାରିଖ ଯାଏଁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସିବିଏସଇ ଏବଂ ଆଇସିଏସଇ ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେଇ ନାମ ଲେଖିପାରିବେ। ଏଥିସହିତ ଡିଜି ଲକରରୁ ଡାଉନଲୋଡ଼ କରିଥିବା ସାର୍ଟିଫିକେଟ ଦେଇ ଛାତ୍ରଛାତ୍ରୀମାନେ ନାମ ଲେଖିପାରିବେ।