Odisha Link
Bridging the Missing Links in Odisha

କରୋନା: କ୍ୟାନସର ରୋଗୀଙ୍କ ସଂକ୍ରମଣ ସମ୍ଭାବନା ବେଶି

ଭୁବନେଶ୍ୱର: କରୋନା କାଳରେ ସ୍ୱାସ୍ଥ୍ୟ ସଚେତନତା ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି। ଏନେଇ କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତିଙ୍କ ପରାମର୍ଶ ଦେଇଛନ୍ତି। କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ। କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବା ସମ୍ଭାବନା ବେଶୀ ରହିଛି। କରୋନା ଲକ୍ଷଣହୀନ କ୍ୟାନସର ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ।

କେମୋ ନେଲା ବେଳେ କରୋନା ହେଲେ କେମୋ ନିଆଯାଇପାରିବ। ଅତି ଜରୁରୀ ଆବଶ୍ୟକତା ନଥିଲେ କେମୋ ଥେରାପି ଘୁଞ୍ଚାଯାଇପାରିବ। କରୋନା ଭୟରେ କ୍ୟାନସର ରୋଗୀ ଅଧାରୁ ଚିକିତ୍ସା ବନ୍ଦ କରନ୍ତୁନି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କ୍ୟାନସର ରୋଗୀ କେମୋ ନେଇପାରିବେ। ଚିକିତ୍ସା ବନ୍ଦ କଲେ ଅବସ୍ଥା ବିଗିଡ଼ିବ। ରୋଗୀ ଅବସ୍ଥା ୩ୟ ବା ୪ର୍ଥ ସ୍ତରକୁ ରୋଗୀ ଯାଇପାରେ।

Comments are closed.