Odisha Link
Bridging the Missing Links in Odisha

ଆଜି ଓଜେଇଇ ଆବେଦନର ଶେଷ ଦିନ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନର ଆଜି ଶେଷ ଦିନ। ଓଜେଇଇ ପରୀକ୍ଷା ପାଇଁ ଛାତ୍ରାଛାତ୍ରୀମାନେ ଆଜି ରାତି ୧୧ଟା ୫୯ ପର୍ଯ୍ୟନ୍ତ ଆବେଦନ କରିପାରିବେ ଏବଂ ୨୪ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍ ଫି’ ଦାଖଲ କରି ପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ଓଜେଇଇର ଦୁଇଟି ୱେବସାଇଟ୍ http://www.ojee.nic.in/ http://www.odishajee.com ରେ ଅନଲାଇନ୍ ଆବେଦନ କରିପାରିବେ। ତେବେ ସ୍ପଷ୍ଟ କରାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଇଛନ୍ତି, ସେମାନଙ୍କୁ ପ୍ରାଥମିକତ‌ା ଦିଆଯିବ।

Comments are closed.