Odisha Link
Bridging the Missing Links in Odisha

ସବୁ ହସ୍ପିଟାଲରେ ସ୍ଥାପନ ହେବ କୋଭିଡ୍ ହେଲ୍ପଡେକ୍ସ୍ ଓ କନଫରେନ୍ସ ହଲ୍

ଭୁବନେଶ୍ୱର : ଏଣିକି ରାଜ୍ୟର ସମସ୍ତ ସରକାରୀ ଏବଂ ବେସକାରୀ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଭିଡ ହେଲ୍ପ ଡେସ୍କ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ହସ୍ପିଟାଲରେ ଏହି ହେଲ୍ପଲାଇନ୍ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ହେଲ୍ପ ଡେସ୍କକୁ ନେଇ ସମସ୍ତ ତଥ୍ୟ ରାଜ୍ୟସ୍ତ୍ରରୀୟ ପ୍ରାଧୀକୃତ ଅଫିସର ଏବଂ ଅତିରିକ୍ତ ଡିଏମଟିଙ୍କୁ ଜଣାଯିବ ବୋଲି ଗାଇଡ ଲାଇନରେ କୁହାଯାଇଛି।

ଏଣିକି କରୋନା ରୋଗୀଙ୍କ ସମ୍ପର୍କରେ ପରିବାରକୁ ସୂଚନା ମିଳିବ। ଟେଲିଫୋନ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦିଆଯିବ। ହ୍ୱାଟସଆପ ମାଧ୍ୟମରେ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇପାରିବେ। କୋଭିଡ ହସପିଟାଲରେ କନଫରେନ୍ସ ହଲ୍ ବ୍ୟବସ୍ଥା ରହିବ। ଏଥିରେ ଟିଭି ଓ କ୍ୟାମେରା ଲାଗିବ। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦିନକୁ ଥରେ ତଥ୍ୟ ସଂଗ୍ରହ ହେବ। କଲ୍ ରିସିଭ ହେଉନଥିବା ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.