Odisha Link
Bridging the Missing Links in Odisha

୭ ବର୍ଷ ପରେ ୪% ବଢ଼ିଛି : ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ୍‌ ଶୁକ୍ଳ ବୃଦ୍ଧି ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିବ୍ୟଶଙ୍କର କହିଛନ୍ତି ଯେ, ବିଦ୍ୟୁତ ଶୁକ୍ଲ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି। ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁକ୍ଳ ବୃଦ୍ଧି କରାଯାଇଛି। ଉତ୍ପାଦନ ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢ଼ିଥିବାରୁ ଶୁକ୍ଳ ବୃଦ୍ଧି କରାଯାଇଛି।

ପ୍ରକାଶ ଯେ, ଆସନ୍ତା ଅକ୍ଟୋବର ପହିଲାରୁ ନୂତନ ବିଦ୍ୟୁତ୍ ଶୁଳ୍କ ଲାଗୁ ହେବ । ୨୦୨୦-୨୧ ଆର୍ଥିକ ବର୍ଷର ମଝିରେ ବିଦୁ୍ୟତ ଶୁଳ୍କ ବୃଦ୍ଧି କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) । ବିଦ୍ୟୁତ୍ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି। ତେବେ ଏହାକୁ ବିରୋଧ କରିଛନ୍ତି ବିରୋଧୀ ଦଳ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ରାଜ୍ୟ କରୋନା ସହ ଯୁଝୁଥିବା ବେଳେ, ଲୋକେ ରୋଜଗାର ହରାଇ ଅଭାବ ଅନଟନରେ ଥିବା ବେଳେ ସରକାର ବିଦ୍ୟୁତ ଦର ବଢାଇବାର ନୈତିକ ଅଧିକାର ନାହିଁ।

Comments are closed.