Odisha Link
Bridging the Missing Links in Odisha

ବନ୍ୟା କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ ଚିଠି

ଭୁବନେଶ୍ବର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଯୋଗୁଁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଚଳିତ ବନ୍ୟାରେ ରାଜ୍ୟରେ ୨୮୩ କୋଟିର ନଦୀ ବନ୍ଧ ଧୋଇ ହୋଇ ଯାଇଛି। ବନ୍ୟାରେ ୩୮ଟି ଘାଇ ସହ ନଷ୍ଟ ହୋଇଛି ୯୯୬ କିମି ନଦୀ ବନ୍ଧ। କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ଲେଖିଛନ୍ତି। ବନ୍ୟାରେ ନଦୀ ବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି। ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ୬୪୮ କୋଟି ଆବଶ୍ୟକ ନେଇ ଚିଠି ଲେଖାଯାଇଛି। ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଚିଠିରେ ଅନୁରୋଧ କରାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଛି।

Comments are closed.