Odisha Link
Bridging the Missing Links in Odisha

ମହୁମାଛି କାମୁଡାରେ ଜଣେ ମୃତ,୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମହୁମାଛି ଆତଙ୍କ। ମହୁମାଛି କାମୁଡାରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଯୋଡା ବ୍ଲକ ତିତିରବିଲ୍ ଗାଁର ବାସୁମତୀ ସର୍ଦ୍ଦାର। ୩ ଗୁରୁତରଙ୍କୁ ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ସୂଚନାମୁତାବକ, ଜଙ୍ଗଲକୁ ଘାସ କାଟିବାକୁ ଯାଇଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲା। ଘଟଣା ସ୍ଥଳରୁ ୩ ଜଣ ଦୌଡି ପଳାଇ ଥିବା ବେଳେ ବସୁମତି ସର୍ଦ୍ଦାର ଦୌଡି ନପାରିବାରୁ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହରାଇଛନ୍ତି।

Comments are closed.