Odisha Link
Bridging the Missing Links in Odisha

କ୍ରିକେଟର୍ସଙ୍କ ପତ୍ନୀମାନେ ମଧ୍ୟ ‘ଡ୍ରଗ୍ସ’ ନିଅନ୍ତି: ଶେର୍ଲିନ୍ ଚୋପ୍ରା

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହେଇଥିବା ବେଳେ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ଡ୍ରଗ୍ସ ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି। ଶେର୍ଲିନ୍‌ ଡ୍ରଗ୍ସ ଲିଙ୍କ୍‌ ନେଇ କହିଛନ୍ତି ଯେ, ଏନସିବି ବହୁତ ଭଲ କାମ କରୁଛି। ଏତେ ବର୍ଷ ଧରି ଆମେ ଯେଉଁମାନଙ୍କ ଉପରେ ବିଶ୍ୱାସ କରି ଆସୁଥିଲେ ଯେ ଏମାନେ ଆମର ସୁପରଷ୍ଟାର ଆଜି ସେମାନଙ୍କ ବାସ୍ତବତା ସାମ୍ନାକୁ ଆସିଛି। କେବଳ ବଲିଉଡ୍‌ରେ ନୁହେଁ, ବଡ ବଡ କ୍ରିକେଟର ଏବଂ ସୁପରଷ୍ଟାରଙ୍କ ପତ୍ନୀ ମଧ୍ୟ ଡ୍ରଗ୍ସ ନିଅନ୍ତି।

ଡ୍ରଗ୍ସ ପାର୍ଟି ସମ୍ବନ୍ଧରେ ସେ କହିଛନ୍ତି, “ମୁଁ କେକେଆର ମ୍ୟାଚ ଦେଖିବାକୁ କୋଲକାତା ଯାଇଥିଲି। ମ୍ୟାଚ୍ ପରେ ପାର୍ଟି ରଖାଯାଇଥିଲା। ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି। ମୁଁ ଦେଖିଲି ପାର୍ଟିରେ କ୍ରିକେଟର୍ସଙ୍କ ପତ୍ନୀ କୋକିନ ସ୍ନୋଟ୍ କରୁଥିଲେ। ମୋତେ ଲାଗିଲା ମୁଁ ଭୁଲ ଜାଗାକୁ ପଳେଇ ଆସିଛି। ଡ୍ରଗ୍ସ ପରେ ପାର୍ଟି ସିଲସିଲା ବନ୍ଦ ହୁଏନାହିଁ। ବାସ୍ ଗୋଟେ ପରେ ଗୋଟେ ଚାଲିଥାଏ।”

ଶେର୍ଲିନ୍ କୌଣସି କ୍ରିକେଟର୍ସଙ୍କ ପତ୍ନୀଙ୍କ ନାଁ ଖୁଲାସା କରି କହିଛନ୍ତି ଯେ, ଯେଉଁମାନଙ୍କ ନାଁ ସାମ୍ନାକୁ ଆସିଛି କେବଳ ସେତିକି ଲୋକ ନାହାନ୍ତି ବରଂ ଏହି ନେକ୍ସେସ୍ ବହୁତ ବଡ। ଏବେ ଯାଏଁ ଏନସିବି ବଡ ଖେଳାଳିଙ୍କ ପାଖରେ ପହଞ୍ଚିନି। ତେବେ ଏନସିବି ଖୁବ ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ବୋଲି ସେ ଅନୁମାନ କରିଛନ୍ତି।

Comments are closed.