Odisha Link
Bridging the Missing Links in Odisha

ଠିକଣା ପଚାରି ଲୁଟିନେଲେ ଟଙ୍କା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥ ଜେଲ ଛକ ଡିସିବି ବ୍ୟାଙ୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ୨ ଜଣ ବ୍ୟକ୍ତି ଏକ ବ୍ୟବସାୟଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ।

ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟବସାୟ ଜଣକ ଟଙ୍କା ଜମା କରିବା ପାଇଁ ଏକ କାର ଯୋଗେ ବ୍ୟାଙ୍କକୁ ଆସୁଥିଲେ । ତେବେ ଜେଲ ଛକ ଡିସିବି ବ୍ୟାଙ୍କ ସମ୍ମୁଖରେ ୨ ଜଣ ଦୁର୍ବୃତ୍ତଆସି ସମ୍ପୃକ୍ତ ବ୍ୟବସାୟଙ୍କୁ ଏକ ଠିକଣା ପଚାରିଥିଲେ ।

ଏହି ସମୟରେ ବ୍ୟବସାୟଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ । ପୁଲିସ ଏନେଇ ଖବର ପାଇ ଘଟଣାର ତଦନ୍ତ କରୁଛି ।

Comments are closed.