Odisha Link
Bridging the Missing Links in Odisha

କୋଠା ଭୁଶୁଡି ୨ ମୃତ୍ୟୁ

ପଞ୍ଜାବ : ପଞ୍ଜାବର ମୋହାଲି ଜିଲ୍ଲାର ଡ଼େରାବାସୀ ଅଞ୍ଚଳରେ ଏକ କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ ଘଟିଛି । କୋଠା ନିର୍ମାଣଧୀନ ଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହାତଳେ ଦବିକି ରହିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଆବଶ୍ୟକ ପରିମାଣରେ ଆମ୍ବୁଲାନ୍ସ ଉପସ୍ଥିତ ରହିଛି।

ସୂଚନା ଯୋଗ୍ୟ, ଭୁଷୁଡି ପଡ଼ିଥିବା କୋଠାଟି ନିର୍ମାଣଧୀନ ଥିଲା ଓ ସେଠାରେ ଶ୍ରମିକ ମାନେ କାର୍ଯ୍ୟରତ ଥିଲେ। ଡେରାବାସୀ ମୁଖ୍ୟ ବଜାର ନିକଟରେ ଥିବା ନିର୍ମାଣଧୀନ କୋଠା ହଠାତ ଭୁଷୁଡି ପଡ଼ିଥିଲା।

Comments are closed.