ବୃଦ୍ଧଙ୍କୁ ପିଟି ଗୋଡ ହାତ ଭାଙ୍ଗିଲା ପୁଲିସ

ପୁରୀ: ୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା କଣାସ ପୁଲିସ । ଗତ ଅଗଷ୍ଟ ୧୪ତାରିଖରେ ସାଦାପୋଷାକରେ ୬ଜଣ ଆସି ନିଜକୁ ପୁଲିସ ପରିଚୟ ଦେଇଥିଲେ।
ଗୋକୁଳଙ୍କ ଘରେ ପହଞ୍ଚି ତାଙ୍କ ପୁଅକୁ ନେବା ପାଇଁ କହିଥିଲେ। ପୁଅ ସେମାନଙ୍କୁ ତାଙ୍କର ପରିଚୟ ଦେଖାଇଵାକୁ କହିବାରୁ ପୁଅକୁ ନିର୍ଧୁମ ଭାବରେ ମାଡ ମାରିଥିଲେ । ଏହାକୁ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା । ତାପରେ କଣାସ ଥାନା ଆଇଆଇସି ଏବଂ ସଦଳବଳେ ଘରେ ପଶି ମହିଳା ଏବଂ ସମସ୍ତଙ୍କୁ ଲହୁଲୁହାଣ କରି ମାଡ ମାରିଥିଲେ ।
ବୃଦ୍ଧ ଜଣକ ମାନବଧିକାର କମିଶନଙ୍କ ଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ବୃଦ୍ଧ ଜଣକ ଆଜି ପୁରୀ ଏସ୍ପିଙ୍କ ଠାରେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି।
ସମ୍ପୃକ୍ତ ବୃଦ୍ଧ ଜଣକ ହେଉଛନ୍ତି କଣାସ ଥାନା ଅନ୍ତର୍ଗତ ବାଦଲପୁରୁ ଗାଁର ଗୋକୁଳ ମହାପାତ୍ର। । ଯାହାଙ୍କୁ ପୁଲିସ ଅମାନବୀୟ ଭାବରେ ଲୁହା ରଡ଼ରେ ପିଟି ପିଟି ଗୋଡ ଏବଂ ଦୁଇ ହାତକୁ ଭାଙ୍ଗି ଚୂରମାର କରିଥିବାଥିବା ଅଭିଯୋଗ ହୋଇଛି।