Odisha Link
Bridging the Missing Links in Odisha

ଘୁଞ୍ଚିଲା ରିୟାଙ୍କ ଜାମିନ ଶୁଣାଣି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗତ ୧୪ ଦିନ ଧରି ଭାଇଖୋଲା ଜେଲରେ ଅଛନ୍ତି ।

ରିୟାଙ୍କ ବ୍ୟତୀତ ସୌଭିକକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡା ମଧ୍ୟ ୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ । ସେପଟେ ରିୟାଙ୍କ ଓକିଲ ମୁମ୍ବାଇ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଯାହାର ଆସନ୍ତା ୨୯ରେ ଶୁଣାଣି କରିବେ କୋର୍ଟ ।

ତେବେ ଏହା ପୂର୍ବରୁ ରିୟାଙ୍କ ଜାମିନ୍ ଆବେଦନ ଦୁଇଥର ସେଶନ କୋର୍ଟରେ ଖାରଜ ହୋଇ ସାରିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା ।

 

Comments are closed.