Odisha Link
Bridging the Missing Links in Odisha

ନୟାଗଡ଼ ସହରରେ ୨ ଦିନିଆ ସଟ୍‌ଡାଉନ୍

ନୟାଗଡ଼: ଆସନ୍ତା ୨ ଦିନ ଯାଏଁ ନୟାଗଡ଼ ସହରରେ ସଟ୍‌ଡାଉନ୍‌ ଘୋଷଣା। ୨ ଦିନିଆ ସଟ୍‌ଡାଉନ୍‌ ଘୋଷଣା କଲେ ନୟାଗଡ଼ ଜିଲ୍ଲାପାଳ। ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଦୁଇ ଦିନ ସାରା ସହରକୁ ବିଶୋଧନ କରାଯିବ। ଏନେଇ ନୟାଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ନୟାଗଡ଼ରେ ୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ହଜାର ୪ଶହ ୯୪ ଜଣ ସଂକ୍ରମିତ ହେଲେଣି। ୫୯୫ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୩ହଜାର ୮ଶହ ୭୭ଜଣ ସୁସ୍ଥ ହେଲେଣି। ଏଥିସହ କରୋନାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.