Odisha Link
Bridging the Missing Links in Odisha

ଏନସିବି କାର୍ଯ୍ୟାଳୟରେ ଦୀପିକାଙ୍କ ସହ ରହିବାକୁ ରଣଭୀରଙ୍କ ଅନୁରୋଧ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଶ୍ରଦ୍ଧା କାପୁର, ସାରା ଅଲି ଖାନ ଓ ରକୁଲ ପ୍ରିତ ସିଂଙ୍କ ଭଳି ନବାଗତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ ସାମିଲ ହୋଇଥିଲା ।

ତେବେ ଏନସିବି ଦ୍ୱାରା ଦୀପିକା ପାଦୁକୋନଙ୍କୁ ଡକାଯିବା ପରେ ସେ ଗତ ଗୁରୁବାର ଦିନ ଗୋଆରୁ ମୁମ୍ବାଇରେ ପହଞ୍ଚିଛନ୍ତି। ଦୀପିକା ଗୋଆରେ ଶକୁନ୍ ବତ୍ରାଙ୍କ ସିନେମାର ସୁଟିଂ କରୁଥିଲେ । ତାଙ୍କ ସହ ଅଭିନେତା-ସ୍ୱାମୀ ରଣଭୀର ସିଂ ମଧ୍ୟ ଥିଲେ।

ତେବେ ରଣଭୀର ଏନସିବି କୁ ନିବେଦନ କରିଛନ୍ତି, ଦୀପିକା ଏନସିବି ସମ୍ମୁଖରେ ହାଜର ହେବା ସମୟରେ ତାଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆ ଯାଉ । କାରଣ ଦୀପିକା ବେଳେବେଳେ ଚିନ୍ତାର ଶିକାର ହୁଅନ୍ତି ଏବଂ ଆତଙ୍କିତ ହୋଇପଡନ୍ତି ।

ସେ ଆହୁରି କହିଛନ୍ତି ଯେ ସେ ଜଣେ ‘ଆଇନ ପାଳନ କରୁଥିବା ନାଗରିକ’ ଏବଂ ସେ ଜାଣନ୍ତି ଯେ ଦୀପିକା ପାଦୁକୋନଙ୍କ ପଚରାଉଚରା ସମୟରେ ସେ ଉପସ୍ଥିତ ରହି ପାରିବେ ନାହିଁ କିନ୍ତୁ ତାଙ୍କୁ ଏନସିବି କାର୍ଯ୍ୟାଳୟ ଭିତରେ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।

ତେବେ ଆବେଦନ ପରେ ଏନସିବି କୌଣସି ପ୍ରତିକ୍ରିୟା ଦେଇନାହିଁ । ଦୀପିକା ପାଦୁକୋନ ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କ ସହ ସେପ୍ଟେମ୍ବର ୨୬ ରେ ଏନସିବି ସମ୍ମୁଖରେ ହାଜର ହେବାକୁ କୁହା ଯାଇଛନ୍ତି।

ତେବେ ଆଜି ଅଭିନେତା ରାକୁଲ ପ୍ରୀତ ସିଂ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଡକାଯାଇଛି।

Comments are closed.