କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ପରେଲୋକ। ଚେନ୍ନାଇର ଏମ୍ଜିଏଚ୍ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାଲାସୁବ୍ରମଣ୍ୟମ୍ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
Deeply saddened to hear about the passing away of legendary playback singer #SPBalasubrahmanyam. The music lovers will forever miss his euphonious voice. My thoughts and prayers are with the bereaved family members and millions of fans.
— Naveen Patnaik (@Naveen_Odisha) September 25, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କିମ୍ବଦନ୍ତୀ କଣ୍ଠଶିଳ୍ପୀ ଏସ ପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ବିଷୟରେ ଶୁଣି ଗଭୀର ଦୁଖିତ। ସଙ୍ଗୀତ ପ୍ରେମୀମାନେ ତାଙ୍କର ଚିତ୍ତାକର୍ଷକ ସ୍ୱରକୁ ସବୁଦିନ ମନେପକାଇବେ। ମୋର ପ୍ରାର୍ଥନା ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟ ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହିତ ରହିଛି।
ବାଲାସୁବ୍ରମଣ୍ୟମ୍ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଗତ ଅଗଷ୍ଟ ମାସରେ ଚିକିତ୍ସା ପାଇଁ ଏମ୍ଜିଏଚ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ପ୍ରଥମରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଭେଣ୍ଟିଲେଟର ଓ ଇସିଏମ୍ଓ ସପୋର୍ଟରେ ରଖାଯାଇଥିଲା। ସେପ୍ଟେମ୍ବର ୭ ତାରିଖରେ ସେ କୋଭିଡ୍ରୁ ସୁସ୍ଥ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୂରା ସୁଧୁରି ନଥିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା।
ବାଲାସୁବ୍ରମଣ୍ୟମ୍ ୧୯୬୬ ମସିହାରେ ତେଲ୍ଗୁ ଚଳଚ୍ଚିତ୍ର ‘ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରାମନ୍ନା‘ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଜୀବନ ପ୍ରାରମ୍ଭ କରିଥିଲେ। ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ, ଏବଂ ହିନ୍ଦୀ ସମେତ ବହୁ ଭାଷାରେ ବାଲାସୁବ୍ରମଣ୍ୟମ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୪୦ ହଜାରରୁ ଊର୍ଧ୍ବ ଗୀତ ରେକର୍ଡ କରିଛନ୍ତି। ସେ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ଭୂଷଣ’ ଉପାଧି ଗ୍ରହଣ କରିଛନ୍ତି। ୧୬ଟି ଭାରତୀୟ ଭାଷାରେ ସେ ବିଭିନ୍ନ ପ୍ରକାରର ଗୀତ ସଂଗୀତ ପ୍ରେମୀଙ୍କୁ ଭେଟି ଦେଇଛନ୍ତି। ବାଲାସୁବ୍ରମଣ୍ୟମ ସର୍ବାଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ତାଙ୍କ ନାମ ସାମିଲ କରିବାରେ ସଫଳ ହୋଇଛନ୍ତି। ଶ୍ରେଷ୍ଠ ପୁୁରୁଷ କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ଲାଭ କରିଛନ୍ତି। ଏଥିସହ ଓଡ଼ିଆ ଚଳଚ୍ଚିତ୍ର ‘ସତ କେବେ ଲୁଚି ରହେନା’ରେ ସେ କଣ୍ଠଦାନ କରିଥିଲେ।
Comments are closed.