Odisha Link
Bridging the Missing Links in Odisha

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ କରୋନା। ସଞ୍ଜୟ ଦାସବର୍ମା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସଙ୍ଗରୋଧ ରୁହନ୍ତୁ। ଏଥିସହ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସେ ସଙ୍ଗରୋଧରେ ରହୁଥିବାରୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଦିନକୁ ଦିନ ଭୟାନକ ରୂପ ନେଉଥିବା ବେଳେ ଜଣେ ପରେ ଜଣେ ନେତା, ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି।

Comments are closed.