Odisha Link
Bridging the Missing Links in Odisha

ଦୈନିକ ସାଢ଼େ ୪ ଘଣ୍ଟା ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମ ସେସନ ମୁଲତବି ହେବ। ପ୍ରଥମ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ।

ଅନ୍ୟ ଦିନରେ ସକାଳ ୧୦ ଟା ୩୦ରୁ ଅପରାହ୍ନ ୧ଟା। ପୁଣି ୩ ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ଗୃହ କାର୍ଯ୍ୟ। ଦୈନିକ ମୋଟ ସାଢ଼େ ୪ ଘଣ୍ଟା ଚାଲିବ ବିଧାନସଭା ଗୃହ କାର୍ଯ୍ୟ। କାଲି ସକାଳ ୮ଟାରୁ ବିଧାନସଭା ପରିସରରେ ହେବ କୋଭିଡ୍‌ ପରୀକ୍ଷା। ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ହେବ ବୋଲି ବାଚସ୍ପତି କହିଛନ୍ତି।

Comments are closed.