Odisha Link
Bridging the Missing Links in Odisha

୩ ଥର କରୋନା ସଂକ୍ରମିତ ହେଲେ ଯୁବକ

ତ୍ରୀଶୁର: କରୋନାରେ ଅନେକ ରୋଗୀ ଭଲ ହେଉଥିବାର ସୂଚନା ମିଳିଛି ।ଅନେକ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେବା ପରେ ରିପୋର୍ଟ ନେଗେଟିଭ ଆସିଥାଏ । କେରଳର ତ୍ରୀଶୁର ସହରର ଜଣେ ଯୁବକ ଗତ ୬ ମାସ ମଧ୍ୟରେ ୩ ଥର କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଯୁବକ ଜଣଙ୍କ ହେଲେ ପାଲେଭେଲିଲ ସାଭିଓ ।ତାଙ୍କର ବୟସ ୩୮ ବର୍ଷ । ସେ ଗତ ମାର୍ଚ୍ଚ ମାସରେ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏକ ଇଭେଣ୍ଟ ପରିଚାଳନା କମ୍ପାନୀରେ କାମ କରୁଥିବା ସାଭିଓ ଚୀନରେ କାମ କରୁଥିବା ଜଣେ ସହକର୍ମୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲେ ।

ଏକ ଘରୋଇ ଡାକ୍ତରଖାନାରେ ଏକ ସପ୍ତାହରୁ ଊଦ୍ଧ୍ୱର୍ ସମୟ ଧରି ଚିକିତ୍ସିତ ହେବା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଜୁଲାଇ ୨୨ରେ ତାଙ୍କ ନିକଟରେ ପୁଣି ଥରେ କରୋନା ଲକ୍ଷଣ ଦେଖାଯାଇଥିଲା । ତାପରେ ସେ ଆରଟି ପିସିଆର ଟେଷ୍ଟ କରିଥିଲେ ।

ରିପୋର୍ଟ ପଜିଟିଭ ଆସିବାରୁ ଦୀର୍ଘ ୨୦ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତ ସେପ୍ଟେମ୍ବର ୫ରେ ତୃତୀୟ ଥର ପାଇଁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତୃତୀୟ ଥର ମଧ୍ୟ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ସେପ୍ଟେମ୍ବର ୧୧ରେ ରାପିଡ ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିବାରୁ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ତାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇ ପାରୁନଥିବାରୁ ସେ ବାରମ୍ବାର ସଂକ୍ରମିତ ହେଉଛନ୍ତି ।

Comments are closed.