Odisha Link
Bridging the Missing Links in Odisha

ବିଧାନସଭାରେ କରୋନା: ୭୫୭ରୁ ୧୩୬ ପଜିଟିଭ୍

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଇଥିଲା।

ବିଧାନସଭା ପରିସରରେ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା। କରୋନା ପରୀକ୍ଷା ନେଇ ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ପଜିଟିଭ୍ ଆସିଥିବା ବିଧାୟକଙ୍କ ମଧ୍ୟରେ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ରହିଛନ୍ତି।