Odisha Link
Bridging the Missing Links in Odisha

ଅରିଜିନାଲ୍ ସାର୍ଟିଫିକେଟ ବିନା ହେବ ନାମଲେଖା

ଭୁବନେଶ୍ୱର: ଅରିଜିନାଲ ସାର୍ଟିଫିକେଟ ବିନା ହେବ ନାମଲେଖା। +୩ ନାମଲେଖା ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, ଅରିଜିନାଲ ସାର୍ଟିଫିକେଟ ବିନା +୩ ନାମଲେଖା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ତେବେ +୩ ନାମଲେଖା ବେଳେ ସେଲଫ ଆଟେଷ୍ଟେଡ ଡାଉନଲୋଡ ମାର୍କସିଟ ଗ୍ରହଣ କରାଯିବାକୁ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ସେହିପରି ମାଇଗ୍ରେସନ ସାର୍ଟିଫିକେଟ ପାଇଁ ବି ବାଧ୍ୟ ନକରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀ ପରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଂ ଦେବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଆଜି +୩ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ। ପ୍ରକାଶ ପାଇଥିବା କଟ୍ ଅଫ୍ ମାର୍କ ଅନୁସାରେ ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ଥିବା ଜଣାଯାଇଛି।

Comments are closed.