Odisha Link
Bridging the Missing Links in Odisha

ଏନସିବି ଉପରେ ସାଂଘାତିକ ଅଭିଯୋଗ ଲଗାଇଲେ କ୍ଷୀତିଜ୍ ଙ୍କ ଓକିଲ

ମୁମ୍ବାଇ: ଏନସିବି ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ସିନେମା ନିର୍ମାତା କ୍ଷୀତିଜ୍ ରବି ପ୍ରସାଦଙ୍କୁ ଗିରଫ କରିଛି ।ଶନିବାର ଦିନ କ୍ଷୀତିଜ୍ ଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଏନସିବି ଗିରଫ କରିଥିଲା ।  ତାଙ୍କୁ ବର୍ତ୍ତମାନ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ସେଠାରେ ଅକ୍ଟୋବର ୩ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ରହିବାକୁ ପଡ଼ିବ ।

ବର୍ତ୍ତମାନ କ୍ଷୀତିଜ୍ ଙ୍କ ଓକିଲ ସତିଶ ମାନସିନ୍ଦେ ଏକ ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ ସୂଚନା ଦେଛନ୍ତି , ଡ୍ରଗ୍ସ ବ୍ୟବହାର ଏବଂ କାରବାରରେ କରଣ ଜୋହରଙ୍କ ସଂପୃକ୍ତି ଥିବା କଥା କହିବା ପାଇଁ ଏନସିବି ଟିମ୍ କ୍ଷୀତିଜ୍ ଙ୍କ ଉପରେ ଚାପ ପକାଉଛନ୍ତି।

ଏ ମଧ୍ୟରେ ୨୦୧୯ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ବଲିଉଡ କଳାକାର କରଣଙ୍କ ଘରେ ପାର୍ଟି କରୁଥିବା ଦେଖାଯ‌ାଉଛି। ତେବେ ଭିଡିଓରେ ନଜର ଆସୁଥିବା ସବୁ କଳାକାର ଡ୍ରଗ୍ସ ନେଉଥିବା କଥା ଲୋକେ ଦାବି କରୁଥିବା ବେଳେ ତଦନ୍ତ ପରେ କଳାକାରମାନେ ଡ୍ରଗ୍ସ ନେଇ ନଥିବା ସ୍ପଷ୍ଟ କରିଛି ଏନସିବି।

Comments are closed.