Odisha Link
Bridging the Missing Links in Odisha

ରାଜ୍ୟର ୧୪ ଜଣ ମନ୍ତ୍ରୀ , ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ। ଗତକାଲି ୨ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ରବିବାର ବି ଗୃହକାର୍ଯ୍ୟ ବି ଚାଲିବ। ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତଳମହଲା, ବାଚସ୍ପତି ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକ ବସିବେ। ବିଧାୟକମାନେ ବସିକି ପ୍ରଶ୍ନ ପଚାରିବେ। ମନ୍ତ୍ରୀ ମଧ୍ୟ ବସିକି ଉତ୍ତର ଦେବେ। ପ୍ରଶ୍ନକାଳ ସମୟରେ କଣ ଆଲୋଚନା ହେବ ସେନେଇ ଗୃହରେ ଆଲୋଚନା ହେବ।

Comments are closed.