Odisha Link
Bridging the Missing Links in Odisha

ସ୍ତ୍ରୀଙ୍କୁ ପିଟିଲେ ଆଇପିଏସ ; ଭିଡ଼ିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଡିଜି ସ୍ତରୀୟ ଅଧିକାରୀ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଉଛି ଭିଡ଼ିଓଟିରେ ଦେଖିବାକୁ ମିଳିଛି।ପୂର୍ବରୁ ପୁରୁଷୋତମ ଏସଟିଏଫ ଡିଜି ଥିବାବେଳେ ହନିଟ୍ରାପରେ ଫସି ଯାଇଥିଲେ । ଫଳରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।

ତାଙ୍କ ପତ୍ନୀ କହିଛନ୍ତିଯେ, ସ୍ୱାମୀ ଅନ୍ୟ ଏକ ମହିଳାଙ୍କ ସହ ପରକୀୟା ପ୍ରୀତିରେ ମାତିଥିବାବେଳେ ସେ ତାଙ୍କୁ ଧରିପକାଇଥିଲେ । ଯେଉଁଥିପାଇଁ ଉତକ୍ଷିପ୍ତ ସ୍ୱାମୀ ମରଣାନ୍ତକ ମାଡ଼ ମାରିଥିଲେ । ଅପରପକ୍ଷରେ ନିଜକୁ ବଂଚାଇବା ପାଇଁ ସ୍ତ୍ରୀ ଜଣଙ୍କ ଏକ କଇଁଚିରେ ଆକ୍ରମଣ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ତାଙ୍କ ପୁଅ ପାର୍ଥ ଗୌତମ ଶର୍ମା ଜଣେ ଆଇଆରଏସ ଅଧିକାରୀ ସେ ଏନେଇ ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments are closed.