Odisha Link
Bridging the Missing Links in Odisha

ଅକ୍ଟୋବର ୨ରୁ ଖୋଲିବ ଚନ୍ଦକା ଅଭୟାରଣ୍ୟ

ଚନ୍ଦକା: ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ ଚନ୍ଦକା ଅଭୟାରଣ୍ୟ। ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ। ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି। ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ।

ସୂଚନାଯୋଗ୍ୟ, ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ନନ୍ଦନକାନନ ମଧ୍ୟ ଖୋଲାଯିବ। ନନ୍ଦନକାନନ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି। ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ। ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ।

Comments are closed.