Odisha Link
Bridging the Missing Links in Odisha

ପୁରୀ ସେବାୟତଙ୍କ ପାଇଁ କରୋନା ଗାଇଡଲାଇନ୍

ପୁରୀ: ଦିନକୁ ଦିନ ପୁରୀ ସେବାୟତଙ୍କ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ନିୟମ ଜାରି କରିଛନ୍ତି। କୋଭିଡ ଗାଇଡଲାଇନ ମୁତାବକ, ଶ୍ରୀମନ୍ଦିର ଭିତରେ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ଶ୍ରୀମନ୍ଦିରର ୪ ଦ୍ୱାରରେ ସେବାୟତଙ୍କର ଥର୍ମାଲ ସ୍କିନିଂ ମଧ୍ୟ କରାଯିବ।

କରୋନା ପଜିଟିଭ ଚିହ୍ନଟ ସେବାୟତ ୧୭ ଦିନ ଯାଏଁ ଶ୍ରୀମନ୍ଦିର ଆସିପାରିବେନି। ଆକ୍ରାନ୍ତ ହେବାର ୧୭ ଦିନ ମଧ୍ୟରେ ମନ୍ଦିରକୁ ଗଲେ ସେବାୟତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ। ଜିଲ୍ଲାପାଳଙ୍କ ସହ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

Comments are closed.