Odisha Link
Bridging the Missing Links in Odisha

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। କରୋନା ମହାମାରୀ ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି। ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବଭଳି ଏଥର ଆରମ୍ଭରୁ ଯେଭଳି ପ୍ରଶ୍ନକାଳ ରଖାଯାଇଥାଏ ତାହାକୁ ଏହି ଅଧିବେଶନରୁ ବାଦ ଦିଆଯାଇଛି। ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ପଜିଟିଭ ଚିହ୍ନଟ ହୋଇଥିବା ବିଧାୟକ ମାନଙ୍କ ବ୍ୟତୀତ ଏହି ଅଧିବେଶନରେ ଅନ୍ୟ ସମସ୍ତ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ଅନୁମତି ମିଳିଛି। ବିଧାନସଭା ଗେଟ ସମ୍ମୁଖରେ ଥର୍ମାଲ ସ୍କ୍ରିନିଂ ପରେ ବିଧାୟକମାନେ ଗୃହକୁ ପ୍ରବେଶ କରିଥିଲେ।

ସେପଟେ ଅଧିବେଶନରେ ପ୍ରଶ୍ନକାଳ ନଥିବା ବେଳେ ବିଧାନସଭା ଭିତରେ ସରକାରଙ୍କୁ ଘେରବାକୁ ଅନେକ ପ୍ରସଙ୍ଗ ରହିଛି। ଯେଭଳି କି କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, କୃଷି ବିଲ କୁ ସରକାରଙ୍କ ସମର୍ଥନ ପ୍ରସଙ୍ଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏନେଇ ଗତକାଲି ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିରୋଧୀଙ୍କୁ ଜବାବ୍ ଦେବାକୁ ସରକାରୀ ଦଳ ବି ବଧାୟକମାନଙ୍କୁ ଡାକି ଏକ ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ। ସବୁଠାରୁ ବଡ କଥା ହେଉଛି ବିଜେପି ଓ ବିଜେଡିର କିଛି ବିଧାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ବିଧାନସଭାରୁ ବାଦ ପଡିଥିବା ବେଳେ କଂଗ୍ରେସର ୯ ରୁ ୯ ବିଧାୟକଙ୍କ କୋଭିଡ ଟେଷ୍ଟ ନେଗେଟିଭ୍ ବାହାରିଛି।

Comments are closed.