Odisha Link
Bridging the Missing Links in Odisha

ବିଜୁ ଜନତା ଦଳ : ଯୁବ ଛାତ୍ର ସଙ୍ଗଠନ

ଭୁବନେଶ୍ୱର : ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ସଂଗଠନ ଯୁବ ଓ ଛାତ୍ର ଶାଖାର ପୁନର୍ଗଠନ କରିସାରିଛି |ପ୍ରଥମେ କମିଟି ଚୟନ ଓ ପରେ ସଭାପତି ମନୋନୟନ କରି ଦଳ ଏକ ନୂଆ ରାଜନୈତିକ ପରମ୍ପରା ସୃଷ୍ଟି କରିଛି

 ନବୀନଙ୍କ ଏହି ମାଷ୍ଟର ଫଣ୍ଡା ବିଗତ ବର୍ଷ ଧରି ସଂଗଠନର ଧୀମା ଗତିକୁ ଚଳଚଂଚଳ କରିପାରିଥିବା ଆଲୋଚନା ହେଉଛି | ସଂଗଠନ ପୁନର୍ଗଠନ ଯୁବକ ଓ ଛାତ୍ର ନେତୃତ୍ୱକୁ ଏକ ଭିର୍ନ ବାର୍ତା ଦେଇଥିବାର ରାଜନୈତିକ ବିଶ୍ଲେଷକ ମାନେ ମତ ରଖିଛନ୍ତି |

ଯୁବ ଓ ଛାତ୍ର ସଂଗଠନର କାୟାକଳ୍ପ ପରିବର୍ତନ ପାଇଁ ଦଳର ସୁପ୍ରିମୋ ଇସାରା ଦେବା ପରେ ଏନେଇ ଘଣ୍ଟା ଚକଟା ଆରମ୍ଭ ହୋଇଯାଇଥିଲା |

ଦଳର ସଙ୍କଟ ମୋଚକ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋକସରେ ରହିଥିଲା ଏହି ଦୁଇ ସଂଗଠନ | ଯୁବ ଛାତ୍ର ସଂଗଠନରୁ ଦଳର ପୁରୁଣା ଛାପ ଛଡାଇ ନୂଆ ଲେପ ଦେବାକୁ ଆରମ୍ଭ ହେଲା କସରତ |

ଏହି ସମ୍ପୂର୍ଣ ପ୍ରକ୍ରିୟାର ପ୍ରଚ୍ଛଦପଟ ପୃଷ୍ଠପୋଷକ ଭାବେ ପରିଚାଳନା କରୁଥିଲେ ଦଳର ଛାୟା ଆଉ କାୟା କୁହାଯାଉଥିବା ସାଙ୍ଗଠନିକ ସମ୍ପାଦକ ବବି ଦାସ | ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁଇ ଛାମୁଆ ସଂଗଠନର ମଙ୍ଗ ପୁରୁଣା ନେତାଙ୍କ ହାତରୁ କାଢି ନୂଆ ଆଉ ଯୁବ ଚେହେରା ହାତରେ ଟେକିଦିଆଗଲା |

ଚାନ୍ଦବାଲି ଓ ଧର୍ମଶାଳା ବିଧ୍ୟାୟକଙ୍କୁ ଦଳର ସାଧାରଣ ସମ୍ପାଦକ ଛାତ୍ର ଓ ଯୁବ ବ୍ୟାପାର ଦାଇତ୍ୱ ନ୍ୟସ୍ତ କରାଗଲା |

ପରବର୍ତୀ ସମୟରେ ଦଳ ଯୁବ ଶାଖାର ସଭାପତି ପଦରେ ଅନୁଭବୀ ଯୁବଛାତ୍ର ନେତା ଦୁଇ ଥରର ବିଧାୟକ ବ୍ୟୋମକେଶ ରାୟ ଓ ଛାତ୍ର ସଂଗଠନ ଦାୟିତ୍ୱରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଯଥାକ୍ରମେ ନିଯୁକ୍ତ କରିଲା ଦଳ |

ତେବେ ଦଳର ମିଳିତ ମୋର୍ଚାର କମାଣ ରହିଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ହାତରେ | ଦିବଂଗତ ବିଜେଡି ନେତା କଳ୍ପତରୁ ଦାସଙ୍କ ପୁଅ ହେଉଛନ୍ତି ଜିତୁ | ସ୍ବର୍ଗତ ଦାସଙ୍କ ପୁଅ ପ୍ରଣବ ଦଳରୁ ଦୁଇ ଦୁଇ ଥର ବିଧାୟକ |ବିଜୁ ଜନତା ଦଳ ସହ ତାଙ୍କ ପରିବାର ଓ ସେ ବହୁ ବର୍ଷ ଧରି ଜଡିତ |

ତେଣୁ ତାଙ୍କର ଦୂରଦୃଷ୍ଟି ଓ ଦକ୍ଷତା ଆଧାରରେ ଦଳ ତାଙ୍କୁ ଏହି ଗୁରୁ ଦାଇତ୍ୱ ଦେଇଛି | ଏହା ସହ ବ୍ୟୋମକେଶ ଓରଫ ବାପି ମଧ୍ୟ ପୂର୍ବରୁ ଛାତ୍ର ଶାଖା ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରି ବିଜେଡି ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି |

ରାୟଙ୍କ ଅଭିଜ୍ଞତା ଓ ଅନୁଭବକୁ ଦଳ କାମରେ ଲଗାଇବା ପାଇଁ ତାଙ୍କ ଉପରେ ଭରସା ଜାହିର କରିଛି |ସଭାପତି ମାନୋନୟ ପୂର୍ବରୁ କମିଟି ଚୟନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି ଏହି ଦୁଇ ୟଙ୍ଗ ବ୍ରିଗେଡ |

ଦଳର  ମୋର୍ଚାର ମଙ୍ଗ ସମ୍ଭାଳିବା ପରେ ସଂଗଠନ ପୁନର୍ବିନ୍ୟାସର ଆଭାସ ଦେଇ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଜିଲ୍ଲା ୱାରୀ ସଂଗଠନର ସମୀକ୍ଷା ଏବଂ କୋଭିଡି କଟକଣା ସତ୍ୱେ ଯୁବ ଛାତ୍ର ସଂଗଠନର କର୍ମକର୍ତାଙ୍କ ସହ ପାଞ୍ଚ ପାଞ୍ଚ ଥର ଆଲୋଚନା ସହ କୋଭିଡି ଓ ବିଶ୍ୱ ବିଦ୍ୟାଳୟ ଆଇନ ସମ୍ପର୍କିତ ବହୁ ଗୁରତ୍ବପୂର୍ଣ ୱେବିନାର ମାଧ୍ୟମରେ ବ୍ୟାପକ ସମର୍ଥନ ହାସଲ କରି ଏକ ଇତିହାସ ତିଆରି କରିଛି |

ତୁହାକୁ ତୁହା ୱେବିନାର ମାଧ୍ୟମରେ ଯୁବ ଓ ଛାତ୍ରଙ୍କ ସହ ସମ୍ପର୍କକୁ ମଜବୁତ କରିବା ଯୋଗୁଁ ଶିଥିଳ ସଙ୍ଗଠନରେ ଚମକ ଆସିଛି |

ସଂଗଠନର କାର୍ଯ୍ୟକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାରେ ଜୋର ଦେଇଛନ୍ତି ଦଳର ଏହି ଦୁଇ ଧୂରୀଣ ଯୁବ ବିଧାୟକ | ସଂଗଠନର ନବକଳେବର ବିରୋଧୀଙ୍କୁ ସାମ୍ନା କରିବାକୁ ବଳ ଯୁଟେଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି |

୨୦୨୪ ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନରେ ଯୁବ ଓ ଛାତ୍ର ଶାଖାକୁ ପ୍ରମୁଖ ଅସ୍ତ୍ର କରିପାରେ ଦଳ | ତେଣୁ ସ୍ଥାଣୁ ପାଲଟି ଯାଇଥିବା ଦଳର ଦୁଇ ଛାମୁଆ ଶକ୍ତିକୁ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡିଛିନ୍ତି ଜିତୁ ଆଉ ବାପି |
ଆଉ ଏହି ଦୁଇ ଜଣଙ୍କ ଉପରେ ଦଳ ସୁପ୍ରିମୋ ନବୀନଙ୍କ ଆଶୀର୍ବାଦ ଆଉ ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଛି |

ବିଜେଡିର ସର୍ବଶକ୍ତିମାନ ଆଉ ନିରଙ୍କୁଶ କ୍ଷମତାକେନ୍ଦ୍ର କୁହାଯାଉଥିବା ବବି ଦାସଙ୍କ ପୂର୍ଣ୍ଣ ସମର୍ଥନରେ ସଙ୍ଗଠନକୁ ନୂଆ ରୂପ ଆଉ ରଙ୍ଗ ଦେଇ ବିରୋଧୀଙ୍କ ସହ ବଳ କଷିବା ପାଇଁ ଉଭୟ ଜିତୁ ଆଉ ବାପି ଯୋଜନା ପ୍ରସ୍ତୁତ କରିସାରିଛନ୍ତି |

୨୦୨୪ରେ ବିରୋଧୀଙ୍କୁ ସତ୍ତା ହାସଲରୁ ମାତ ଦେଇ ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇବାରେ ଦଳର ଏହି ପରିବର୍ତ୍ତିତ ଯୁବ ଚେହେରା ସଫଳ ହେବେ ବୋଲି ଆଶା କରାଯାଉଛି |
ବିଜେଡି ସଂଗଠନ ର ନବକଳେବରରେ ମଙ୍ଗ ଧରିଲେ ପରିବର୍ତିତ ଯୁବ ଚେହେରା।

Comments are closed.