Odisha Link
Bridging the Missing Links in Odisha

ମନ୍ଦିର ଖୋଲିବାରେ ଅସୁବିଧା ନାହିଁ: କମିଶନ

ଭୁବନେଶ୍ବର: ମନ୍ଦିର ଖୋଲିବା ନେଇ ଆକ୍ସନ ପ୍ଲାନ ସଂପର୍କରେ ପ୍ରତିକ୍ରିୟା ରଖିଲେ ଦେବୋତ୍ତତ କମିଶନର ଚିତ୍ତରଞ୍ଜନ ମହାପାତ୍ର। ଦେବୋତ୍ତର ଅଧୀନରେ ରାଜ୍ୟରେ ୧୮ ହଜାର ମନ୍ଦିର ରହିଛି। ସରକାର ଯେଉଁ କୋଭିଡ଼ ଗାଇଡଲାଇନ୍‌ ପାଳନ କରାଯିବ। କମିଶନର କହିଛନ୍ତି ଯେ, ଏନେଇ ସରକାରଙ୍କ ଚିଠି ଆମ ପାଖରେ ପାଖରେ ପହଞ୍ଚି ନାହିଁ। ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ। କୋଭିଡ଼ କଟକଣା ଭିତରେ ମନ୍ଦିର ଖୋଲିବାର ଅସୁବିଧା ନାହିଁ।

ପ୍ରକାଶ ଯେ, ରାଜ୍ୟରେ ମନ୍ଦିର ଖୋଲିବା ନେଇ ସରକାରଙ୍କ ଚିଠି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନ୍ୟ ମନ୍ଦିର ଗୁଡିକୁ ରାଜ୍ୟ ସରକାରଙ୍କ ଚିଠି। ମନ୍ଦିର ଖୋଲିବା ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କରୋନା ନିୟମ ପାଳନ କରି କିପରି ମନ୍ଦିର ଖୋଲାଯାଇ ପାରିବ ସେ ସଂପର୍କରେ ଜଣାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଆଲୋଚନା କରି ୧୦ ଦିନ ମଧ୍ୟରେ ଏ ସଂପର୍କରେ ସରକାରଙ୍କୁ ଜଣାଇବାକୁ କୁହାଯାଇଛି। ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ୧୦ ଦିନ ମଧ୍ୟରେ ଦାଖଲ କରିବେ। ମନ୍ଦିର ସହିତ ଜଡିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନେବାକୁ କୁହାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।

Comments are closed.