Odisha Link
Bridging the Missing Links in Odisha

ବାୟୁସେନାର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ପ୍ରତିଷ୍ଠା ଦିବସ ଅବସରରେ ଦେଶର ସମସ୍ତ ବାୟୁବୀର ଓ ତାଙ୍କ ପରିବାରକୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ଉଲେଖ କରିଛନ୍ତି ବାୟୁସେନା ଦିବସ ଅବସରରେ ସମସ୍ତ ବୀର ଯୋଦ୍ଧାଙ୍କୁ ବହୁତ ବହୁତ ଶୁଭେଛା।

ଆପଣମାନେ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖୁନାହାନ୍ତି, ବିପଦ ସମୟରେ ମାନବ ସେବାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି। ଭାରତ ମାତାର ସୁରକ୍ଷା ପାଇଁ ଆପଣଙ୍କ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ପ୍ରତ୍ୟକଙ୍କ ପାଇଁ ପ୍ରେରଣା ଦାୟୀ ରହିବ। ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଏକ ଭିଡିଓ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

Comments are closed.