Odisha Link
Bridging the Missing Links in Odisha

ମନ୍ଦିରରେ କୁକୁର ମଳ ଛାଡ଼ିବା ପଡ଼ିଲା ମହଙ୍ଗା, କମିଶନରେଟ ପୁଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ପରେ ଶେଷରେ ତତ୍ପର ହୋଇଛି କମିଶନରେଟ ପୁଲିସ। ପୁରୁଣା ଭୁବନେଶ୍ବର ବଣିଆ ସାହିରେ ଥିବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଜଣେ ବ୍ୟକ୍ତି ମନ୍ଦିର ପରିସରରେ କୁକୁରକୁ ମଳତ୍ୟାଗ କରାଇବାର ଫଟୋ ଆଜି ଦିନତମାମ୍ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରସାର ହୋଇଥିଲା। ଶେଷରେ ଏ ନେଇ ତତ୍ପରତା ଦେଖାଇଛି ପୁଲିସ। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ତୋଫାନ ସାମନ୍ତରାୟ ବୋଲି ପୁଲିସ ସୂଚନା ଦେଇଛି। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଆଧାରରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କହାଯାଇଛି।

Comments are closed.