ବଲିଉଡ୍ରୁ ବିଦାୟ ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଆଉ ନଜର ଆସିବେନି ଅଭିନେତ୍ରୀ ସନା ଖାନ୍ । ସେ ଅନେକ ସିନେମା ଓ ବିଗ୍ ବସ୍ ରେ ନଜର ଆସିଛନ୍ତି । ତେବେ ସନା ନିଜ ଇନ୍ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି।
ମୁଁ ଆଜିଠାରୁ ସିନେମା ଜଗତରୁ ବିଦାୟ ନେଇ ମାନବ ସେବା କରିବି। ଏଥିସହ ମତେ ସୃଷ୍ଟିକୁ ଆଣିଥିବା ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବି। ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ଆପଣମାନେ ମୋ ପାଇଁ ପ୍ରାର୍ଥନ କରନ୍ତୁ।
https://www.instagram.com/p/CGFm-Q-AFEh/
ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଜଗତ ସହ ଜଡିତ। ଫିଲ୍ମ ଜଗତରୁ ମତେ ଅନେକ ଖ୍ୟାତି, ସମ୍ମାନ ଏବଂ ଧନ ମିଳିଛି, ଯେଉଁଥିପାଇଁ ମୋ ପ୍ରଶଂସକମାନଙ୍କ ନିକଟରେ ମୁଁ ଋଣି । କିନ୍ତୁ, ଗତ କିଛି ଦିନ ହେବ, ମୁଁ ଚିନ୍ତାରେ ଥିଲି।
ମୁଁ ଭାବୁଥିଲି, ଜଣେ କେବଳ କଣ ଧନ ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ଜନ୍ମ ନେଇଥାଏ? ଅସହାୟ କିମ୍ବା ଅଭାବୀ ଲୋକମାନଙ୍କ ସେବା କରିବା କଣ ଏକ ନୈତିକ ଦାୟିତ୍ୱ ନୁହେଁ? କେତେବେଳେ ବି ମୃତ୍ୟୁ ଆସିପାରେ ଏବଂ ମୃତ୍ୟୁ ପରେ ଆମର କ’ଣ ହେବ, ଏ ବିଷୟରେ ମଣିଷ ଭାବିବା ଉଚିତ ନୁହେଁ? ମୃତ୍ୟୁ ପରେ ମୋର କ’ଣ ହେବ? ଏହି ପ୍ରଶ୍ନର ଉତ୍ତର ମୁଁ ଅନେକ ବର୍ଷ ହେଲାଣି ଖୋଜୁଛି।
“ୟେ ହେ ହାଇ ସୋସାଇଟି” ସିନେମାରେ ଡେବ୍ୟୁ କରି ସାନା ବଲିଉଡରେ ପାଦ ଦେଇଥିଲେ ଓ ସିନେମାଟି ୨୦୦୫ରେ ରିଲିଜ ହୋଇଥିଲା ।
Comments are closed.