Odisha Link
Bridging the Missing Links in Odisha

ରିପବ୍ଲିକ୍ ଟିଭି’ର ଟିଆରପି ଜାଲିଆତି ମାମଲା, ‘ବାର୍କ’ ମର୍ମାହତ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ଗୋପନୀୟ ତଥ୍ୟ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରିଥିବା ‘ରିପବ୍ଲିକ୍ ନେଟ୍‌ୱାର୍କ’ ଉପରେ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଖୁବ୍‌ ମର୍ମାହତ ହୋଇଛି। ଏନେଇ ଆଜି ଏକ ବିବୃତିରେ ‘ବାର୍କ’ କହିଛି, ଚାଲିଥିବା ତଦନ୍ତ ବିଷୟରେ ‘ବାର୍କ ଇଣ୍ଡିଆ’ କୌଣସି ମନ୍ତବ୍ୟ ଦେଇ ନାହିଁ। ଆଇନ ପ୍ରବର୍ତ୍ତନ ଏଜେନ୍‌ସିକୁ ‘ବାର୍କ’ ଅନୁସନ୍ଧାନକାରୀ ସଂସ୍ଥାକୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି।

ଉଲ୍ଲେଖ ଯୋଗ୍ୟ, ‘ରିପବ୍ଲିକ୍ ନେଟ୍‌ୱାର୍କ’ ବିରୋଧରେ ମାମଲା କେବେ ରୁଜୁ ହୋଇନାହିଁ ଏବଂ ସେଥିରେ କୌଣସି ପ୍ରକାର ଅନୈତିକ କାର୍ଯ୍ୟ ହୋଇ ନାହିଁ ବୋଲି ‘ବାର୍କ’ ସୁନିଶ୍ଚିତ କରିଛି ବୋଲି ଆଜି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଦାବି କରିଥିଲା। ଏଥିସହ ‘ରିପବ୍ଲିକ୍ ନେଟ୍‌ୱାର୍କ’ ‘ବାର୍କ’ ପଠାଇଛି ବୋଲି କୁହାଯାଉଥିବା ଏକ ଇ-ମେଲ୍‌ ମଧ୍ୟ ରିଲିଜ୍ କରିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ରିପବ୍ଲିକ୍ ଟିଭି ‘ଟିଆର୍‌ପି’ ଜାଲିଆତି କରିବା କଥା ମିଛ ବୋଲି ମୁମ୍ବାଇ ପୁଲିସ କମିସନର୍‌ ପରମବୀର ସିଂହ ମନ୍ତବ୍ୟ ଦେଇଛନ୍ତି।

ମୁମ୍ବାଇ ପୁଲିସ ଉପରେ ପୂର୍ଣ୍ଣ ବିଶ୍ବାସ ଅଛି ଏବଂ ତଦନ୍ତ ବିଷୟରେ କୌଣସି ମନ୍ତବ୍ୟ ଦେବନାହିଁ ବୋଲି ମଧ୍ୟ ‘ବାର୍କ’ କହିଛି।‘ଟିଆର୍‌ପି’ ଦୁର୍ନୀତି ଅଭିଯୋଗ ପରେ ଅକ୍ଟୋବର ୧୫ ତାରିଖ ଦିନ ‘ବାର୍କ’ ବିଭିନ୍ନ ଭାଷାର ନିଉଜ୍‌ ଚାନେଲ୍‌ମାନଙ୍କର ସାପ୍ତାହିକ ରେଟିଙ୍ଗ୍‌ ସାମୟିକ ଭାବେ ସ୍ଥଗିତ ରଖାଯିବା କଥା ଘୋଷଣା କରିଥିଲା।

Comments are closed.