ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର: ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଚନ୍ଦ୍ରାଣୀ। ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି। ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରିଛନ୍ତି।
ଘଟଣାରେ ପୋଲିସ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଜେରା କରିଛି। ଅକ୍ଟୋବର ୧୫ରେ ଓଟିଭି ବିଭ୍ରାନ୍ତକର ଖବର ପ୍ରସାରଣ କରିଛି। ବିଭ୍ରାନ୍ତକର ଖବର ପାଇଁ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।’ ଏଣୁ ସାସଂଦଙ୍କୁ ସୁରକ୍ଷା ଦେବା ଓ ସଂସଦର ଗାରିମା ବଜାୟ ରଖିବା ପାଇଁ ସେ ସ୍ୱାଧୀକାର ଭଙ୍ଗ ନୋଟିସର ଦାବି କରିଛନ୍ତି।
ସାଂସଦ ଚନ୍ଦ୍ରାଣୀ ଲୋକସଭାର ସବୁ ପ୍ରକାର ପ୍ରକ୍ରିୟା ପାଇଁ ପ୍ରସ୍ତୁତ ଥିବା ଓ କମିଟି ଆଗରେ ତଥ୍ୟ ପ୍ରମାଣ ରଖିଛନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ସେହିଭଳି ସାଂସଦ ନିଜର ଏକ ଭିଡିଓ ବୟାନ ମଧ୍ୟ ଲୋକସଭା ସେକ୍ରେଟାରୀଙ୍କ ନିକଟରେ ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଂସଦ ନିଜ ଚିଠିରେ ଭାଇରାଲ୍ ଭିଡିଓ ସହ ସଂପୃକ୍ତ ସବୁ ପ୍ରସଙ୍ଗକୁ ଘଟଣା କ୍ରମରେ ଉଲ୍ଲେଖ କରିଛନ୍ତି।